ବଜେଟ୍‌ ଅଧିବେଶନ ଆରମ୍ଭ; ପ୍ରଧାନମନ୍ତ୍ରୀ କହିଲେ ଆର୍ଥିକ ସମସ୍ୟା ଉପରେ ଧ୍ୟାନ ଦିଆଯିବ

Advertisment
ବଜେଟ୍‌ ଅଧିବେଶନ ଆରମ୍ଭ; ପ୍ରଧାନମନ୍ତ୍ରୀ କହିଲେ ଆର୍ଥିକ ସମସ୍ୟା ଉପରେ ଧ୍ୟାନ ଦିଆଯିବ

Image Source: Hindustan Times

ନୂଆଦିଲ୍ଲୀ: ଆଜି ଆରମ୍ଭ ହେଉଥିବା ବଜେଟ୍‌ ଅଧିବେଶନରେ ସାଂସଦମାନେ ବ୍ୟାପକ ଭାବେ ଆର୍ଥିକ ସମସ୍ୟା ଉପରେ ଆଲୋଚନା କରନ୍ତୁ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଚାହୁଁଛନ୍ତି।

ପାର୍ଲାମେଣ୍ଟ୍‌ରେ ପ୍ରବେଶ କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ କହିଲେ: ଏହା ହେଉଛି ୨୦୨୦ର ପ୍ରଥମ ଅଧିବେଶନ। ଏହା ମଧ୍ୟ ଏ ଦଶନ୍ଧିର ପ୍ରଥମ ପାର୍ଲାମେଣ୍ଟ୍‌ ଅଧିବେଶନ। ଏ ଦଶନ୍ଧିର ଉଜ୍ଜ୍ୱଳ ଭବିଷ୍ୟତ ନିମନ୍ତେ ଆମେ ସମସ୍ତେ ବ୍ୟାପକ ଉଦ୍ୟମ କରିବା ସହ ଏହାର ମୂଳଦୁଆକୁ ସୁଦୃଢ଼ କରିବା। ଏହି ଅଧିବେଶନ ମୁଖ୍ୟତଃ ଅର୍ଥନୈତିକ ସମସ୍ୟା ଉପରେ ଧ୍ୟାନ ଦେବ। ଆର୍ଥିକ ସମସ୍ୟାଗୁଡ଼ିକ ଉପରେ ଉଭୟ ଗୃହରେ ଉତ୍ତମ ବିତର୍କ କରାଯାଉ ବୋଲି ମୁଁ ଚାହୁଁଛି।

ସେ ଆହୁରି କହିଲେ କି, ମହିଳା ସଶକ୍ତିକରଣ ଏବଂ ନିଷ୍ପେଷିତମାନଙ୍କ ଉପରେ ଆମେ ଧ୍ୟାନ ଦେଇଛୁ। ଏ ଦଶନ୍ଧିରେ ମଧ୍ୟ ଏହା ଉପରେ ଧ୍ୟାନ ଦିଆଯିବ।

publive-image Image Source: India TV News

ଏଥର ବଜେଟ୍‌ ଅଧିବେଶନ ଦୁଇଟି ପର୍ଯ୍ୟାୟରେ କରାଯିବ। ପ୍ରଥମ ପର୍ଯ୍ୟାୟ ଫେବ୍ରୁଆରି ୧୧ ତାରିଖରେ ଶେଷ ହେବ। ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ ୨ ତାରିଖରୁ ଆରମ୍ଭ ହୋଇ ଏପ୍ରିଲ୍‌ ୩ ତାରିଖରେ ଶେଷ ହେବ।

ଶୁକ୍ରବାର ଦିନ ବଜେଟ୍‌ ଅଧିବେଶନ ପୂର୍ବରୁ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ‘ସିଏଏ’, ‘ଏନ୍‌ପିଆର୍‌’ ଏବଂ ‘ଏନ୍‌ଆର୍‌ସି’ ବିରୋଧରେ ପ୍ରତିବାଦ କରୁଥିବା ରାଜନୈତିକ ଦଳର ନେତାମାନଙ୍କର ନେତୃତ୍ୱ ନେଇଥିଲେ। ସେମାନେ ‘ସେଭ୍‌ ଇଣ୍ଡିଆ’ ଏବଂ ‘ନୋ ଟୁ ସିଏଏ, ଏନ୍‌ଆର୍‌ସି’ ପ୍ଲାକାର୍ଡ ଧରି ସ୍ଲୋଗାନ୍‌ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe